ଛତ୍ରପୁର, ୧୪/୦୯: ଗଞ୍ଜାମ ଜିଲ୍ଲା ଧାର୍ମିକ ଓ ଆଧ୍ୟାତ୍ମିକ ପରମ୍ପରାରେ ସମୃଦ୍ଧ। ଜିଲ୍ଲାର ବିଭିନ୍ନ ସ୍ଥାନରେ ଅନେକ ଦେବୀପୀଠ ଓ ଶକ୍ତିପୀଠ ରହିଛି। ସେଥିମଧ୍ୟରୁ ଛତ୍ରପୁର ଅଞ୍ଚଳ ଅନ୍ତର୍ଗତ ଲଣ୍ଡାବାଉଁଶ ପାହାଡ଼ ଉପରେ ଅବସ୍ଥିତ ମାଆ ଉଗ୍ରତାରଙ୍କ ପୀଠ ଅନ୍ୟତମ।
ପାହାଡ଼ର ମନୋରମ ପରିବେଶ ମଧ୍ୟରେ ମାଆ ଉଗ୍ରତାର ପୂଜା ପାଉଛନ୍ତି। ପ୍ରକୃତିର ଶାନ୍ତ ପରିବେଶ ଓ ମାଆଙ୍କ ଦିବ୍ୟ ସାନ୍ନିଧ୍ୟ ଏହି ପୀଠକୁ ଭକ୍ତମାନଙ୍କ ପାଇଁ ଏକ ଆକର୍ଷଣୀୟ ଆଧ୍ୟାତ୍ମିକ ସ୍ଥଳୀରେ ପରିଣତ କରିଛି।
ଭକ୍ତମାନେ ମାଆ ଉଗ୍ରତାରଙ୍କୁ ବିଘ୍ନ ନାଶିନୀ, ଦୁଃଖ ହାରିଣୀ ଓ ସୁଖଦାୟିନୀ ଭାବେ ଶ୍ରଦ୍ଧାର ସହ ପୂଜା କରିଥାନ୍ତି। ମାଆଙ୍କ ନିକଟରେ ପରିବାରର ସୁଖ, ଶାନ୍ତି, ସମୃଦ୍ଧି ଓ ମଙ୍ଗଳ କାମନା କରି ଭକ୍ତମାନେ ପ୍ରାର୍ଥନା କରନ୍ତି।ମାଆଙ୍କ ପୀଠକୁ ନେଇ ସ୍ଥାନୀୟ ଅଞ୍ଚଳରେ ଦୀର୍ଘଦିନ ଧରି ଭକ୍ତି ଓ ଆସ୍ଥା ଜଡ଼ିତ ରହିଛି। ବିଶେଷ ପୂଜାପର୍ବ ଓ ଧାର୍ମିକ ଅବସରରେ ଏଠାରେ ଶ୍ରଦ୍ଧାଳୁଙ୍କ ଆଗମନ ଦେଖିବାକୁ ମିଳେ।
ଜୟ ଜୟ ମାଆ ଉଗ୍ରତାର। ଜୟ ମାଆ ବିଘ୍ନ ନାଶିନୀ। ଜୟ ମାଆ ଜଗତ ତରଣୀ।



